ପ୍ରଥମ ରାଜାବଳୀ 15 : 1 (ORV)
ନବାଟର ପୁତ୍ର ଯାରବୀୟାମ ରାଜାଙ୍କର ଅଧିକାରର ଅଠର ବର୍ଷରେ ଅବୀୟାମ ଯିହୁଦା ଉପରେ ରାଜ୍ୟ କରିବାକୁ ଲାଗିଲେ।
ପ୍ରଥମ ରାଜାବଳୀ 15 : 2 (ORV)
ସେ ଯିରୂଶାଲମରେ ତିନି ବର୍ଷ ରାଜ୍ୟ କଲେ ଓ ତାଙ୍କର ମାତାର ନାମ ମାଖା, ସେ ଅବଶାଲୋମର କନ୍ୟା ଥିଲା ।
ପ୍ରଥମ ରାଜାବଳୀ 15 : 3 (ORV)
ତାଙ୍କ ପୂର୍ବରେ ତାଙ୍କର ପିତା ଯେସବୁ ପାପ-ପଥରେ ଚାଲିଥିଲେ, ସେ ସେହିପରି ଚାଲିଲେ; ଆଉ ତାଙ୍କର ପୂର୍ବପୁରୁଷ ଦାଉଦଙ୍କର ଅନ୍ତଃକରଣ ଯେପରି ଥିଲା, ତାଙ୍କର ଅନ୍ତଃକରଣ ସଦାପ୍ରଭୁ ଆପଣା ପରମେଶ୍ଵରଙ୍କ ପ୍ରତି ସେପରି ସିଦ୍ଧ ନ ଥିଲା ।
ପ୍ରଥମ ରାଜାବଳୀ 15 : 4 (ORV)
ତଥାପି ଦାଉଦଙ୍କ ସକାଶୁ ତାଙ୍କ ଉତ୍ତାରେ ତାଙ୍କର ପୁତ୍ରକୁ ସ୍ଥାପନ କରିବା ପାଇଁ ଓ ଯିରୂଶାଲମକୁ ସୁସ୍ଥିର କରିବା ପାଇଁ ସଦାପ୍ରଭୁ ତାଙ୍କର ପରମେଶ୍ଵର ଯିରୂଶାଲମରେ ତାଙ୍କୁ ଏକ ପ୍ରଦୀପ ଦେଲେ ।
ପ୍ରଥମ ରାଜାବଳୀ 15 : 5 (ORV)
କାରଣ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ଯଥାର୍ଥ, ତାହା ଦାଉଦ କରିଥିଲେ ଓ କେବଳ ହିତ୍ତୀୟ ଊରୀୟର କଥା ଛଡ଼ା ଆଉ କୌଣସି ବିଷୟରେ ସେ ଆପଣାର ଯାବଜ୍ଜୀବନ ତାହାଙ୍କର ଦତ୍ତ ଆଜ୍ଞାରୁ ବିମୁଖ ହୋଇ ନ ଥିଲେ ।
ପ୍ରଥମ ରାଜାବଳୀ 15 : 6 (ORV)
ଆଉ ଯାରବୀୟାମଙ୍କର ଯାବଜ୍ଜୀବନ ତାଙ୍କର ଓ ରିହବୀୟାମଙ୍କର ମଧ୍ୟରେ ଯୁଦ୍ଧ ଚାଲିଲା ।
ପ୍ରଥମ ରାଜାବଳୀ 15 : 7 (ORV)
ପୁଣି ଅବୀୟାମଙ୍କର ଅବଶିଷ୍ଟ ବୃତ୍ତା; ଓ ସମସ୍ତ କ୍ରିୟା କି ଯିହୁଦା-ରାଜଗଣର ଇତିହାସ ପୁସ୍ତକରେ ଲେଖା ନାହିଁ? ଆଉ ଅବୀୟାମ ଓ ଯାରବୀୟାମ ମଧ୍ୟରେ ଯୁଦ୍ଧ ଥିଲା ।
ପ୍ରଥମ ରାଜାବଳୀ 15 : 8 (ORV)
ପୁଣି ଅବୀୟାମ ଆପଣା ପିତୃଲୋକଙ୍କ ସହିତ ଶୟନ କରନ୍ତେ, ଲୋକମାନେ ଦାଉଦ-ନଗରରେ ତାଙ୍କୁ କବର ଦେଲେ; ତହୁଁ ତାଙ୍କର ପୁତ୍ର ଆସା ତାଙ୍କର ପଦରେ ରାଜ୍ୟ କଲେ ।
ପ୍ରଥମ ରାଜାବଳୀ 15 : 9 (ORV)
ଇସ୍ରାଏଲର ରାଜା ଯାରବୀୟାମଙ୍କର ଅଧିକାରର କୋଡ଼ିଏ ବର୍ଷରେ ଆସା ଯିହୁଦା ଉପରେ ରାଜ୍ୟ କରିବାକୁ ଆରମ୍ଭ କଲେ ।
ପ୍ରଥମ ରାଜାବଳୀ 15 : 10 (ORV)
ସେ ଯିରୂଶାଲମରେ ଏକଚାଳିଶ ବର୍ଷ ରାଜ୍ୟ କଲେ, ଆଉ ତାଙ୍କର ମାତାମହୀର ନାମ ମାଖା, ସେ ଅବଶାଲୋମର କନ୍ୟା ଥିଲା ।
ପ୍ରଥମ ରାଜାବଳୀ 15 : 11 (ORV)
ପୁଣି ଆସା ଆପଣା ପୂର୍ବପୁରୁଷ ଦାଉଦଙ୍କର ନ୍ୟାୟ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ଯଥାର୍ଥ, ତାହା କଲେ ।
ପ୍ରଥମ ରାଜାବଳୀ 15 : 12 (ORV)
ଆଉ ସେ ଦେଶରୁ ସଦୋମୀମାନଙ୍କୁ ତଡ଼ିଦେଲେ ଓ ଆପଣା ପିତୃଗଣନିର୍ମିତ ଦେବତାସମସ୍ତ ଦୂର କରିଦେଲେ ।
ପ୍ରଥମ ରାଜାବଳୀ 15 : 13 (ORV)
ମଧ୍ୟ ଆପଣା ମାତାମହୀ ମାଖା ଆଶେରା ଦେବୀ ରୂପେ ଏକ ଘୃଣାଯୋଗ୍ୟ ପ୍ରତିମା ନିର୍ମାଣ କରିଥିବାରୁ ସେ ତାହାକୁ ରାଣୀପଦରୁ ଚ୍ୟୁତ କଲେ ଓ ଆସା ତାହାର ସେହି ପ୍ରତିମା ଛେଦନ କରି କିଦ୍ରୋଣ ନଦୀ ନିକଟରେ ତାହା ପୋଡ଼ିଦେଲେ ।
ପ୍ରଥମ ରାଜାବଳୀ 15 : 14 (ORV)
ମାତ୍ର ଉଚ୍ଚସ୍ଥଳୀସକଳ ଦୂରୀକୃତ ନୋହିଲା; ତଥାପି ଆସାଙ୍କର ଅନ୍ତଃକରଣ ଯାବଜ୍ଜୀବନ ସଦାପ୍ରଭୁଙ୍କ ପ୍ରତି ସିଦ୍ଧ ଥିଲା ।
ପ୍ରଥମ ରାଜାବଳୀ 15 : 15 (ORV)
ପୁଣି ସେ ଆପଣା ପିତାଙ୍କର ପ୍ରତିଷ୍ଠିତ ଓ ଆପଣାର ପ୍ରତିଷ୍ଠିତ ରୂପା ଓ ସୁନା ଓ ପାତ୍ରସବୁ ସଦାପ୍ରଭୁଙ୍କ ଗୃହକୁ ଆଣିଲେ ।
ପ୍ରଥମ ରାଜାବଳୀ 15 : 16 (ORV)
ପୁଣି ଆସା ଓ ଇସ୍ରାଏଲର ରାଜା ବାଶାଙ୍କ ମଧ୍ୟରେ ସେମାନଙ୍କର ଯାବଜ୍ଜୀବନ ଯୁଦ୍ଧ ଚାଲିଲା ।
ପ୍ରଥମ ରାଜାବଳୀ 15 : 17 (ORV)
ଆଉ ଯିହୁଦାର ରାଜା ଆସାଙ୍କ ନିକଟକୁ କାହାରିକି ଯିବା ଆସିବାକୁ ନ ଦେବା ପାଇଁ ଇସ୍ରାଏଲର ରାଜା ବାଶା ଯିହୁଦା ବିରୁଦ୍ଧରେ ଯାତ୍ରା କରି ରାମା ନଗର ଦୃଢ଼ କଲେ ।
ପ୍ରଥମ ରାଜାବଳୀ 15 : 18 (ORV)
ତହିଁରେ ଆସା ସଦାପ୍ରଭୁଙ୍କ ଗୃହର ଭଣ୍ତାରରୁ ଓ ରାଜଗୃହର ଭଣ୍ତାରରୁ ଅବଶିଷ୍ଟ ସବୁ ରୂପା ଓ ସୁନା ନେଇ ଆପଣା ଦାସମାନଙ୍କ ହସ୍ତରେ ସମର୍ପଣ କଲେ ଓ ଆସା ରାଜା ହିଷୀୟୋଣର ପୌତ୍ର ଟବ୍ରିମ୍ମୋଣର ପୁତ୍ର ବିନ୍ହଦଦ ନାମକ ଦମ୍ମେଶକ ନିବାସୀ ଅରାମୀୟ ରାଜା ନିକଟକୁ ସେମାନଙ୍କୁ ପଠାଇ ଏହି କଥା କହିଲେ,
ପ୍ରଥମ ରାଜାବଳୀ 15 : 19 (ORV)
ମୋର ଓ ତୁମ୍ଭ ମଧ୍ୟରେ, ମୋʼ ପିତା ଓ ତୁମ୍ଭ ପିତାଙ୍କ ମଧ୍ୟରେ ନିୟମ ଅଛି; ଦେଖ, ମୁଁ ତୁମ୍ଭ ନିକଟକୁ ରୂପା ଓ ସୁନାର ଭେଟୀ ପଠାଇଲି; ଯାଅ, ଇସ୍ରାଏଲର ରାଜା ବାଶା ସଙ୍ଗେ ତୁମ୍ଭର ଯେଉଁ ନିୟମ ଅଛି, ତାହା ଭାଙ୍ଗିଦିଅ, ତହିଁରେ ସେ ମୋʼ ନିକଟରୁ ପ୍ରସ୍ଥାନ କରିବ ।
ପ୍ରଥମ ରାଜାବଳୀ 15 : 20 (ORV)
ଏଥିରେ ବିନ୍ହଦଦ୍ ଆସା ରାଜାଙ୍କର କଥାରେ ମନୋଯୋଗ କରି ଆପଣା ସେନାପତିମାନଙ୍କୁ ଇସ୍ରାଏଲର ନାନା ନଗର ବିରୁଦ୍ଧରେ ପଠାଇ ଇୟୋନ୍ ଓ ଦାନ୍ ଓ ଆବେଲ୍-ବୈଥ୍-ମାଖା ଓ ସମୁଦାୟ କିନ୍ନେରତ୍ ଓ ନପ୍ତାଲିର ସମସ୍ତ ଦେଶ ପରାସ୍ତ କଲା ।
ପ୍ରଥମ ରାଜାବଳୀ 15 : 21 (ORV)
ତହୁଁ ବାଶା ଏହି କଥା ଶୁଣି ରାମା ଦୃଢ଼କରଣରୁ କ୍ଷା; ହୋଇ ତିର୍ସାରେ ବାସ କଲେ ।
ପ୍ରଥମ ରାଜାବଳୀ 15 : 22 (ORV)
ତେବେ ଆସା ରାଜା ସମୁଦାୟ ଯିହୁଦା ନିକଟରେ ଘୋଷଣା କଲେ; କାହାକୁ ହିଁ ଛାଡ଼ିଲେ ନାହିଁ; ତହୁଁ ବାଶା ଯେଉଁ ପ୍ରସ୍ତର ଓ କାଷ୍ଠ ନେଇ ରାମା ନଗର ନିର୍ମାଣ କରିଥିଲେ, ତାହାସବୁ ସେମାନେ ବହି ନେଇଗଲେ । ତହିଁରେ ଆସା ରାଜା ବିନ୍ୟାମୀନର ଗେବା ଓ ମିସ୍ପା ନଗର ଦୃଢ଼ କଲେ ।
ପ୍ରଥମ ରାଜାବଳୀ 15 : 23 (ORV)
ଏହି ଆସାଙ୍କର ଅବଶିଷ୍ଟ ସମସ୍ତ ବୃତ୍ତା; ଓ ତାଙ୍କର ସମସ୍ତ ପରାକ୍ରମ ଓ ସମସ୍ତ କ୍ରିୟା, ପୁଣି ଯେ ଯେ ନଗର ସେ ଦୃଢ଼ କରିଥିଲେ, ସେସବୁ କଥା କି ଯିହୁଦାର ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ? ମାତ୍ର ବୃଦ୍ଧାବସ୍ଥାରେ ତାଙ୍କର ପାଦରେ ରୋଗ ହୋଇଥିଲା ।
ପ୍ରଥମ ରାଜାବଳୀ 15 : 24 (ORV)
ଏଥିଉତ୍ତାରେ ଆସା ଆପଣା ପିତୃଲୋକଙ୍କ ସହିତ ଶୟନ କରି ଆପଣା ପିତା ଦାଉଦ-ନଗରରେ ଆପଣା ପିତୃଲୋକଙ୍କ ସହିତ କବର ପାଇଲେ, ପୁଣି ତାଙ୍କର ପୁତ୍ର ଯିହୋଶାଫଟ୍ ତାଙ୍କର ପଦରେ ରାଜ୍ୟ କଲେ ।
ପ୍ରଥମ ରାଜାବଳୀ 15 : 25 (ORV)
ଯିହୁଦାର ଆସା ରାଜାଙ୍କର ଅଧିକାରର ଦ୍ଵିତୀୟ ବର୍ଷରେ ଯାରବୀୟାମଙ୍କର ପୁତ୍ର ନାଦବ୍ ଇସ୍ରାଏଲ ଉପରେ ରାଜ୍ୟ କରିବାକୁ ଆରମ୍ଭ କଲେ ଓ ସେ ଇସ୍ରାଏଲ ଉପରେ ଦୁଇ ବର୍ଷ ରାଜ୍ୟ କଲେ ।
ପ୍ରଥମ ରାଜାବଳୀ 15 : 26 (ORV)
ଆଉ ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ ଓ ଆପଣା ପିତାଙ୍କର ପଥରେ ଓ ତାଙ୍କର ପିତା ଯଦ୍ଦ୍ଵାରା ଇସ୍ରାଏଲକୁ ପାପ କରାଇଥିଲେ, ସେହି ପାପରେ ଚାଲିଲେ ।
ପ୍ରଥମ ରାଜାବଳୀ 15 : 27 (ORV)
ଅନନ୍ତର ଇଷାଖର-ବଂଶୀୟ ଅହୀୟର ପୁତ୍ର ବାଶା ତାଙ୍କ ବିରୁଦ୍ଧରେ ଚକ୍ରା; କଲେ; ପୁଣି ବାଶା ପଲେଷ୍ଟୀୟ-ମାନଙ୍କ ଗିବ୍ବଥୋନ ନଗର ନିକଟରେ ତାଙ୍କୁ ବଧ କଲେ; କାରଣ ନାଦବ୍ ଓ ସମସ୍ତ ଇସ୍ରାଏଲ ସେସମୟରେ ଗିବ୍ବଥୋନ ଅବରୋଧ କରୁଥିଲେ ।
ପ୍ରଥମ ରାଜାବଳୀ 15 : 28 (ORV)
ଯିହୁଦାର ଆସା ରାଜାଙ୍କ ଅଧିକାରର ତୃତୀୟ ବର୍ଷରେ ବାଶା ନାଦବ୍କୁ ବଧ କରି ତାଙ୍କ ପଦରେ ରାଜ୍ୟ କଲେ ।
ପ୍ରଥମ ରାଜାବଳୀ 15 : 29 (ORV)
ପୁଣି ସେ ରାଜା ହେବା କ୍ଷଣେ ଯାରବୀୟାମଙ୍କର ସମୁଦାୟ ବଂଶକୁ ଉଚ୍ଛିନ୍ନ କଲେ; ସଦାପ୍ରଭୁ ଆପଣା ଦାସ ଶୀଲୋନୀୟ ଅହୀୟ ହସ୍ତରେ ଯେଉଁ କଥା କହିଥିଲେ, ତଦନୁସାରେ ବାଶା ଯାରବୀୟାମଙ୍କର ଏକ ପ୍ରାଣୀକି ହିଁ ଅବଶିଷ୍ଟ ରଖିଲେ ନାହିଁ, ସମସ୍ତଙ୍କୁ ସଂହାର କଲେ ।
ପ୍ରଥମ ରାଜାବଳୀ 15 : 30 (ORV)
କାରଣ ଯାରବୀୟାମ ନିଜେ ପାପ କରି ତଦ୍ଦ୍ଵାରା ଇସ୍ରାଏଲକୁ ପାପ କରାଇଲେ ଓ ବିରକ୍ତିଜନକ କର୍ମ ଦ୍ଵାରା ଇସ୍ରାଏଲର ପରମେଶ୍ଵର ସଦାପ୍ରଭୁଙ୍କୁ ବିରକ୍ତ କଲେ ।
ପ୍ରଥମ ରାଜାବଳୀ 15 : 31 (ORV)
ଏହି ନାଦବ୍ଙ୍କର ଅବଶିଷ୍ଟ ବୃତ୍ତା; ଓ ସକଳ କ୍ରିୟା କି ଇସ୍ରାଏଲ-ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ?
ପ୍ରଥମ ରାଜାବଳୀ 15 : 32 (ORV)
ପୁଣି ଆସା ଓ ଇସ୍ରାଏଲର ରାଜା ବାଶାଙ୍କର ମଧ୍ୟରେ ସେମାନଙ୍କର ଯାବଜ୍ଜୀବନ ଯୁଦ୍ଧ ଚାଲିଲା ।
ପ୍ରଥମ ରାଜାବଳୀ 15 : 33 (ORV)
ଯିହୁଦାର ଆସା ରାଜାଙ୍କର ଅଧିକାରର ତୃତୀୟ ବର୍ଷରେ ଅହୀୟର ପୁତ୍ର ବାଶା ତିର୍ସାରେ ସମୁଦାୟ ଇସ୍ରାଏଲ ଉପରେ ରାଜ୍ୟ କରିବାକୁ ଆରମ୍ଭ କରି ଚବିଶ ବର୍ଷ ରାଜ୍ୟ କଲେ ।
ପ୍ରଥମ ରାଜାବଳୀ 15 : 34 (ORV)
ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ ଓ ଯାରବୀୟାମଙ୍କର ପଥରେ ଓ ଯଦ୍ଦ୍ଵାରା ଯାରବୀୟାମ ଇସ୍ରାଏଲକୁ ପାପ କରାଇଥିଲେ, ତାଙ୍କର ସେହି ପାପରେ ଚାଲିଲେ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34

BG:

Opacity:

Color:


Size:


Font: